ଅପହୃତା ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

କଣିହାଁ: ସମଲ ଥାନା ଅଞ୍ଚଳରୁ ଗତବର୍ଷ ଅପହୃତ ଜଣେ ନାବାଳିକାକୁ ପୁଲିସ ଗତକାଲି ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ଯୁବକକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ୨୦୧୮ ମସିହା ଜାନୁଆରି ୧୦ ତାରିଖରେ ସମଲ ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାକୁ କେହି ଅପହରଣ କରି ନେଇଥିବା ନେଇ ନାବାଳିକାର ବାପା ସମଲ ଥାନାରେ ଅଭିଯୋଗ କରିଥିଲେ। ସମଲ ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲେ। ଗତକାଲି ସମଲ ପୁଲିସ ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଅପହରଣ ଅଭିଯୋଗରେ ସେହି ଥାନା ଅଞ୍ଚଳର ଗହମ ଗାଁ’ର ଉଦୟ ସାମଲ (୨୨) କୁ ଗିରଫ କରିଥିଲା। ପୁଲିସ ଅଭିଯୁକ୍ତ ଯୁବକକୁ ଆଜି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର