ମହିମା ଜ୍ୟୋତି ଯାତ୍ରା ମାର୍ଚ୍ଚ ୧୭ରୁ

ଢେଙ୍କାନାଳ : ଷଷ୍ଠ ମହିମା ଜ୍ୟୋତିଯାତ୍ରା ଆସନ୍ତା ମାର୍ଚ୍ଚ ୧୭ ଓ ୧୮ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। ମହିମା ସ୍ବାମୀଙ୍କ ୨୪ ବର୍ଷର ଆତ୍ମଯୋଗ ସାଧନାପୀଠ କପିଳାସ ତପୋବନରୁ ଅଖଣ୍ତ ବ୍ରହ୍ମଜ୍ୟୋତି ବାହାରି ଯୋରନ୍ଦା ଗାଦିପୀଠକୁ ନିଆଯିବ ା ୧୭ ତାରିଖ ପୂର୍ବାହ୍ଣ ୮ଟା ସୁଦ୍ଧା ବ୍ରହ୍ମଜ୍ୟୋତି ମହିମାଗାଦି ପୀଠରୁ ବାହାରି କାମାକ୍ଷାନଗର ବ୍ଲକ୍‌ର କମଗରା ମହିମା ଆସ୍ଥାନ, ସୋଗର ପ˚ଚାୟତର କଣପାଳ ମହିମାସ୍ଥଳୀ ଓ ଝଗଡପଦା ମହିମାସ୍ଥଳୀକୁ ଯିବେ। ସେଠାରୁ ଅପରାହ୍ଣ ସାଢେ ୨ଟାରେ ବାହାରି ସୋଗର କାଟେଣୀ ମହିମାଟୁଙ୍ଗି, ଇଚ୍ଛାବତୀପୁରର ବରକୋଳି ଟୁଙ୍ଗି, କ˚ଟାଝରିଆ ମହିମା ଟୁଙ୍ଗି, ଉଦୟଗିରିର ବଡକୃପାସିନ୍ଧୁ ବାବାଙ୍କ ଟୁଙ୍ଗି, ବୋଲୁଅ, ଗୋବିନ୍ଦପୁର, ମାର୍ଥାପୁର ଓ ଯମୁନାକୋଟ ହୋଇ ଦୀଘି ମହିମା ଟୁଙ୍ଗିରେ ଅପରାହ୍ଣ ୫ଟା ସୁଦ୍ଧା ପହଁଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ୧୮ ତାରିଖ ପୂର୍ବାହ୍ନ ୯ଟାରୁ ବାହାରି ସୁରପ୍ରତାପପୁର ମହିମାଟୁଙ୍ଗି, ଭୁବନ ଟାଉନ୍‌, ବାଜି ରାଉତ ସେତୁ ଦେଇ ମନ୍ଦାର, ଷଡଙ୍ଗୀ ଓ ଗଁଦିଆର ଝିଲ୍ଲି ମହିମା ଟୁଙ୍ଗି, ଆରୁହାଁ ମହିମା ଟୁଙ୍ଗି ପରିକ୍ରମା ସାରି ତପୋବନ ମହିମାପୀଠକୁ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି। ‌େକୗପିନଧାରୀ ମହିମା ସମାଜର ସଭାପତି ଶ୍ରୀମଦ୍‌ ରଘୁନାଥ ବାବା, ଜ୍ୟୋତିଯାତ୍ରାର ସ˚ଯୋଜକ ପ୍ରଦ୍ୟୁମ୍ନ ରଥ, ତପୋବନ ପତ୍ରିକାର ସ˚ପାଦକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଷଷ୍ଠ ମହିମା ଜ୍ୟୋତିଯାତ୍ରାର ଚୂଡ଼ାନ୍ତ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ରାୟନୃସି˚ହପୁର ସରପ˚ଚ ଶିଶିରକାନ୍ତ ବେହେରା କମଗରା ମହିମା ଟୁଙ୍ଗିଠାରୁ ମହିମା ଜ୍ୟୋତିଯାତ୍ରାର ଶୁଭାରମ୍ଭ ପାଇଁ ପ୍ରସ୍ତାବ ଦେଇଥିଲେ ା

ସମ୍ବନ୍ଧିତ ଖବର