ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୬ ତାଲା ଛାତରୁ ଡେଇଁ ଯୁବକ ମୃତ

ଢେଙ୍କାନାଳ: ଶୁକ୍ରବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୬ ତାଲା ଛାତରୁ ଡେଇଁ ପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ମୃତ ଯୁବକ ହେଉଛନ୍ତି ଗନ୍ଦିଆ ବ୍ଲକ୍‌ ଅନ୍ତର୍ଗତ ମହୁଲପାଳ ଗ୍ରାମର ୨୧ ବର୍ଷିୟ ବିଜୟ ବେହେରା।

ଅଂଶୁଘାତରେ ଆକ୍ରାନ୍ତ ହୋଇ ବିଜୟ ଦେଓଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଥିଲେ। ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଆଜି ସକାଳ ପ୍ରାୟ ୮: ୨୦ ମିନିଟ୍‌ ସମୟରେ ପରିସ୍ରା ଯିବି କହି ବାହାରକୁ ଆସି ବିଜୟ ୬ ତାଲା କୋଠାର ଛାତ ଉପରକୁ ଯାଇ ବ୍ଲେଡ୍‌ରେ ନିଜ ହାତ କାଟି ପକାଇଥିଲେ। ତା’ପରେ ସେ ର‍୍ୟାମ୍ପ୍‌ରୁ ତଳକୁ ଡେଇଁ ପଡ଼ିଥିଲେ।

ଘଟଣାସ୍ଥଳରୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର