ସନ୍ଦା ଜଙ୍ଗଲ ନିକଟରେ ବେକ କାଟି ଯୁବକଙ୍କୁ ହତ୍ୟା

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଧୀନ ବାଲିକୁମା ଅଞ୍ଚଳର ସନ୍ଦା ଜଙ୍ଗଲ ନିକଟରେ ବେକ କଟା ଯାଇ ହତ୍ୟା କରାଯାଇଥିବା ଜଣେ ଯୁବକଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଶନିବାର ଦିନ ଦେଖିଛନ୍ତି।

ମୃତ ଯୁବକ ହେଉଛନ୍ତି ପଥରକଟା ଗ୍ରାମର ୨୯ ବର୍ଷିୟ ସର୍ବେଶ୍ୱର ମହାନ୍ତ।

ସର୍ବେଶ୍ୱରଙ୍କୁ କିଏ, କି କାରଣରୁ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ତାଙ୍କ ବାପା ହଗୁରୁ ମହାନ୍ତ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ କଙ୍କଡ଼ାହାଡ଼ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର