ରାଜସ୍ୱ ବିଭାଗ ପକ୍ଷରୁ ଜମି ମାପ

ଢେଙ୍କାନାଳ: ବନ ବିଭାଗ ଓ ରାଜସ୍ୱ କର୍ମଚାରୀ ଆଜି ଢେଙ୍କାନାଳ ସଦର ବ୍ଲକ ଗୋହିରାଖାଲଠାରେ ଜବରଦଖଲ ଜଙ୍ଗଲ ଜମିକୁ ଚିହ୍ନଟ କରିବା ଲାଗି ଜାଗା ମାପଚୁପ କରିଛନ୍ତି। ପ୍ରକାଶଥାଉକି, ଗୋହିରାଖାଲଠାରେ ଜଣେ ବ୍ୟକ୍ତି ନିଜେ କିଣିଥିବା ଜମି ସହିତ ପାଖରେ ଥିବା ସଂରକ୍ଷିତ ଜଙ୍ଗଲ, ଗୋଚର ଓ ସରକାରୀ ଜମିକୁ ମିଶାଇ ଶତାଧିକ ଏକର ଜମି ଜବରଦଖଲ କରିବା ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ମୂଲ୍ୟବାନ ଗଛ କାଟି ବାହାରକୁ ଚାଲାଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବନ ବିଭାଗ ଓ ପୁଲିସ୍‌ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜମି ଚିହ୍ନଟ ତଥା ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ୧୮ ତାରିଖରେ ଗ୍ରାମବାସୀ ପୁଣି ସଦର ଉପଜିଲ୍ଲାପାଳ ଶିଳ୍ପା ଶର୍ମାଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ଆଜି ଅତିରିକ୍ତ ତହସିଲଦାର ଭଜନାନନ୍ଦ ସାହୁ, ସଦର ଆର୍‌ଆଇ ଜିତେନ୍ଦ୍ର ବିଶ୍ୱାଳ ଏବଂ ଅନ୍ତର୍ଯ୍ୟାମୀ ସାହୁ, ସଦର ରେଞ୍ଜର ପ୍ରସନ୍ନ ବିଶ୍ୱାଳ, ଏସ୍‌ସିଏଫ୍‌ ବିକ୍ରମ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଜମି ମାପଚୁପ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର