ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଛେଣ୍ଡିପଦା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ୧୬ ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଟାଙ୍ଗିରୀ ଗ୍ରାମର ସୁଶାନ୍ତ ବେହେରା(୨୬)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତମାସ ୨୩ ତାରିଖରେ ନାବାଳିକା ଜଣକ ପାଣି ପାଇଁ ନଳକୂଅକୁ ଯାଇଥିବାବେଳେ ସୁଶାନ୍ତ ତାଙ୍କୁ ବିଲକୁ ଟେକିନେଇ ଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ଟାଙ୍ଗିରୀ ଗାଁରେ ଏକ ସଭା ହୋଇଥିଲା। ସୁଶାନ୍ତ ପୀଡ଼ିତା ନାବାଳିକାକୁ ବିବାହ କରିବାକୁ ସଭାରେ ରାଜି ହୋଇଥିଲେ। ପରେ ସୁଶାନ୍ତ କିଛିଦିନ ପାଇଁ ବାହାରକୁ ଚାଲିଯାଇଥିଲେ। ସେ ତାଙ୍କୁ ବିବାହ କରିବେ କି ନାହିଁ ପୀଡ଼ିତା ନାବାଳିକା ସଂଦେହ ପ୍ରକାଶ କରିବା ସହ ସୁଶାନ୍ତଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂପର୍କରେ ପୁଲିସ ଦଫା ୩୭୬ ଆଇପିସି, ୪ ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ସୁଶାନ୍ତଙ୍କୁ ଗିରଫ କରିଛି। ପୁଲିସ ଏସ୍‌ଆଇ ରଂଜନ କୁମାର ମାଝି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର