ଢେଙ୍କାନାଳ: ଗୋଆ କୋଲ୍‌ଭା ଅଂଚଳରୁ ଉଦ୍ଧାର ହେଲା ନାବାଳିକା

ଢେଙ୍କାନାଳ: ଗୋଆରୁ ଢେଙ୍କାନାଳ ଜିଲ୍ଲାର ଜଣେ ନାବାଳିକା ଉଦ୍ଧାର ହୋଇଛି। ସୂଚନା ଅନୁସାରେ ପୁଲିସ ଗୋଆ ଗସ୍ତ କରି କୋଲ୍‌ଭା ଅଂଚଳରୁ ନାବାଳିକାକୁ ଉଦ୍ଧାର କରିଛି। ଦାମୋଦରନାଲି ଗାଁର ନାବାଳିକା ଗୋଆରେ ବିକ୍ରି ହେବା ନେଇ କିଛି ଦିନ ତଳେ ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ଗୋଆର ଦଂପତ୍ତିଙ୍କ ଘରେ କାମ କରୁଥିଲା ବୋଲି ସଦର ଥାନା ଆଇଆଇସି ନିରୁପମା ଜେନା ସୂଚନା ଦେଇଛନ୍ତି। ନିଜର ବିଚାରାଧୀନ ଏକଦୀ ବାପା ଓ ଜେଜେବାପାଙ୍କ ଜାଣତରେ ନାବାଳିକାକୁ ଗୋଆ ନିଆଯାଇଥିଲା ବୋଲି ସେ କହିଛନ୍ତି।

ପୂରା ମାମଲା ଏମିତି

ଢ଼େଙ୍କାନାଳ ଅଂଚଳର ବାବୁଲି ସ୍ୱାଇଁ ନାଁରେ କୋଲ୍‌ଭା ଅନ୍ତର୍ଗତ ଫ୍ୟାକ୍ଟ୍ରି ଅଂଚଳରେ ରହୁଥିଲେ। ସେଠାକାର ମିଗୁଲି ଲୁଇଓ ଓ ଆମି ଲୁଇସଙ୍କ ଘରେ ବାବୁଲି ଭଡ଼ା ଘରେ ରହୁଥିଲେ। ଲୁଇସ ଦଂପତ୍ତି ନିଃଶନ୍ତାନ ଥିବାରୁ ସେମାନେ ବାବୁଲିର ସହାୟତାରେ ନାବାଳିକାକୁ ଝିଅ ଭାବରେ ପାଳନ କରି ସ୍ଥାନୀୟ ଅଂଚଳର ହୋଲି କ୍ରସ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ାଉଥିଲେ। ମାତ୍ର ପରିବାର ଲୋକେ ନାବାଳିକା ସହିତ କୌଣସି ଯୋଗାଯୋଗ କରି ନପାରିବାରୁ ସେମାନେ ବାଧ୍ୟ ହୋଇ ନିକଟରେ ଥାନାରେ ଅଭିଯୋଗ ଆଣିଥିଲେ।

ସିଡବ୍ଲ୍‌୍ୟୁସି ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ କହିଛନ୍ତି, ନାବାଳିକାକୁ ଢ଼େଙ୍କାନାଳ ଅଣାଯାଇଛି। ନାବାଳିକାର ମେଡିକାଲ ପରୀକ୍ଷା ଓ ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। ଏହା ପରେ ନାବାଳିକାକୁ କେଉଁଠି ରଖାଯିବ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର