ମା’ ମୃତ, ବାପା ଜେଲ୍‌ରେ:୧୦ ବର୍ଷର ଝିଅ ଗୋଆରେ ବିକ୍ରି

ଢେଙ୍କାନାଳ: ଗଁଦିଆ ଥାନା ଅଞ୍ଚଳର ୧୦ ବର୍ଷର ଜଣେ ନାବାଳିକା ଗୋଆରେ ବିକ୍ରି ହୋଇଥିବା ସୂଚନା ମିଳିଛି। ସିଡବ୍‌ଲ୍ୟୁସି (ଜିଲ୍ଲା ଶିଶୁ ମଙ୍ଗଳ କମିଟି) ଘଟଣାର ତଦନ୍ତ କରି ୫୦ ହଜାର ଟଙ୍କାରେ ତାକୁ ବିକ୍ରି କରାଯାଇଥିବା ପ୍ରକାଶ କରିଛି। ସିଡବ୍‌ଲ୍ୟୁସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାର ବାପା ପତ୍ନୀହତ୍ୟା ଅଭିଯୋଗରେ ୩ ବର୍ଷ ହେଲା ଜେଲ୍‌ରେ ଅଛନ୍ତି। ଏହି ଦମ୍ପତିଙ୍କର ୪ଟି ସନ୍ତାନ। ସେଥିରୁ ଦ୍ବିତୀୟ ସନ୍ତାନ ଏହି ନାବାଳିକା ଦୀର୍ଘଦିନ ହେଲା ଗୋଆରେ ରହିଛି। ନାବାଳିକାର ଜଣେ ସଂପର୍କୀୟ ‌େ‌ଜଜେ ଗତ ୨୯ ତାରିଖରେ ସିଡବ୍ଲୁସି ନିକଟରେ ଅଭିଯୋଗ କରିଥିଲେ ଯେ ଉକ୍ତ ନାବାଳିକା ସହ ତାଙ୍କର ଯୋଗାଯୋଗ ହୋଇପାରୁନାହିଁ। ଉକ୍ତ ସଂପର୍କୀୟ ନାତୁଣୀ ସହ ‌େ‌ଯାଗାଯୋଗ କରାଇଦେବାକୁ ସେ ସିଡବ୍ଲୁସିକୁ ନିବେଦନ କରିଥିଲେ। ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଜିଲ୍ଲା ଲିଗାଲ୍‌ ସେଲ୍‌ ଅଧ୍ୟକ୍ଷ ଅରୁଣ ପଟ୍ଟନାୟକ ପ୍ରମୁଖ ନାବାଳିକାର ଗାଁକୁ ଯାଇ ତଦନ୍ତ କରିଥିଲେ। ନାବାଳିକାକୁ ଦଲାଲ ଗୋଆରେ ୫୦ ହଜାର ଟଙ୍କାରେ ବିକ୍ରି କରିଥିବା ତଦନ୍ତରୁ ଜଣାପଡ଼ିଥିବା ସେମାନେ ପ୍ରକାଶ କରିଛନ୍ତି। ଏହି ନାବାଳିକାକୁ ଉଦ୍ଧାର କରାଯିବାକୁ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଗୋସ୍ବାମୀ, ଲିଗାଲ୍‌ ସେଲ୍‌ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏସ୍‌ପି ଏବଂ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ସ୍ବତନ୍ତ୍ର ସ୍କାଡ୍‌ ଗଠନ କରି ନାବାଳିକାକୁ ଉଦ୍ଧାର କରାଯିବ ବୋଲି ଏସ୍‌ପି ସନ୍ତୋଷ ନାୟକ ପ୍ରତିଶ୍ରୁୂତି ଦେଇଛନ୍ତି।

ସମ୍ବନ୍ଧିତ ଖବର