ଢେଙ୍କାନାଳ: ନାଳରେ ଭାସି ଯାଇଥିବା ଚାଷୀଙ୍କ ମୃତଦେହ ଉଦ୍ଧାର

ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ନିଖୋଜ ଥିବା ଚାଷୀଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ଦୟଣାବିଲ ପଚାଂୟତର କହ୍ନେଇପାଳ ଗ୍ରାମର ଜଣେ ଚାଷୀ ନାଳ ଅପର ପାଶ୍ୱକୁ ପଣ୍ଡା ହଳ ସହ ଯାଇଥିବା ବେଳେ ଶୁକ୍ରବାର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। କାଳିଆର ମୃତଦେହ ଦୟଣାବିଲ କେନାଲ ନିକଟରୁ ଶନିବାର ମିଳିଛିି ।

ଖବର ନେବାରେ ଜଣାଯାଏ ଯେ ଦୟଣାବିଲ ପଚାଂୟତର କହ୍ଲେଇପାଳ ବାସିନ୍ଦା ମାଧବ ନାୟକଙ୍କ ବଡ ପୁଅ କାଳିଆ ନାୟକ (୪୦) ବିଲ ଚାଷ କରିବାକୁ ବମୁଆଁ ମୈାଜାକୁ ନିଜର ପଣ୍ଡା ହଳ ନେଇ ଗୁରୁବାର ଯାଇଥିଲେ । ଯାଜପୁର ଜିଲା ଖଣି ଅଚଂଳରେ ପ୍ରବଳ ବର୍ଷା ହେବାଫଳରେ କହ୍ନେଇପାଳ ପୋରେହିଝରା ନାଳରେ ପ୍ରବଳ ପାଣି ମାଡିଆସିଥିଲା । ଏହି ନାଳର ସ୍ରୋତ ବହୁତ ଥିବାରୁ ଚାଷୀ ସହ ହଳ ସଂନ୍ଧ୍ୟାରେ ଭାସିଯାଇଥିବା ଜଣାପଡିଛି ।

ଅଗ୍ନିସମ ସେବା ସଂସ୍ଥା ବହୁ ଖୋଜାଖୋଜି କରିବା ପରେ କୈଣସି ସଂନ୍ଧାନ ପାଇ ପାରିନଥିଲେ । ଗୋଟିଏ ପଣ୍ଡା ମରି ଭାସୁଥିବା ଅବସ୍ଥାରେ ଶବକୁ ଉଦ୍ଧାର କରାଯାଇଥିଲା। ପଣ୍ଡାଟି ବମୁଆଁ ଚେକ ଡ୍ୟାମରେ ଲାଗିଥିଲା । କାଳିଆ ପରିବାରକୁ ରୋଜଗାର କରି ପୋଷୁଥିଲା। କାଳିଆର ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇ ଯାଇଛି। ତେଣୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର