ଢେଙ୍କାନାଳ: ଘରେ ପଶି ଅଳଙ୍କାର ଦୋକାନୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ଢେଙ୍କାନାଳ: ଢେଙ୍ଗାନଳାର ନିମାବଜାରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିମାବଜାରସ୍ଥିତ ଜଗନ୍ନାଥ ରୋଡରେ ଦିନ ଦ୍ୱିପହରେ ଜଣେ ଅଳଙ୍କାର ଦୋକାନୀଙ୍କୁ ୨ ଜଣକ ଦୁର୍ବୃତ୍ତ ଘରେ ପଶି ହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି ୪୦ ବର୍ଷ ବୟସ୍କ ମଣ୍ଟୁ ପାତ୍ର। ମଣ୍ଟୁଙ୍କ ନିଜ ଘର ପଶ୍ଚିମବଙ୍ଗର ମେଦନାପୁର ଅଞ୍ଚଳରେ। ସେ ଗତ କିଛି ବର୍ଷ ହେବ ଓଡ଼ିଶା ଆସି ଢେଙ୍ଗାନାଳରେ ନିଜର ଏକ ଅଳଙ୍କାର ଦୋକନ କରିଥିଲେ। ଜଗନ୍ନାଥ ରୋଡରେ ନିଜ ପରିବାର ସହ ସେ ଏକ ଭଡ଼ା ଘରେ ରହୁଥିଲେ ମଣ୍ଟୁ।

ସୋମବାର ଅପରାହ୍ନରେ ଅଚାନକ ୨ ଜଣ ଦୁର୍ବୃତ୍ତ ଆସି ମଣ୍ଟୁଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହାଣି ତାଙ୍କର ହତ୍ୟା କରିଛନ୍ତି। ମଣ୍ଟୁଙ୍କ ହତ୍ୟା ସମୟରେ ତାଙ୍କ ପତ୍ନୀ ଓ ପିଲା ଉପରଘରେ ରହୁଥିବା ପଡ଼ୋଶୀଙ୍କ ଘରକୁ ଯାଇଥିଲେ। ହଠାତ୍‌ ଶବ୍ଦ ଶୁଣିବାରୁ ସେମାନେ ଦୌଡ଼ି ଆସିଲେ। ଖବର ପାଇଁ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିଛି। ଏହି ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି। ତେବେ, କିଏ କାହିଁକି ଏପରି କାର୍ଯ୍ୟ କରିଛି ତାହା ଏଯାବତ୍‌ ସ୍ପଷ୍ଟ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର