ସାପ କାମୁଡ଼ାରେ ବୃଦ୍ଧ ମୃତ

ଢେଙ୍କାନାଳ: ସଦର ଥାନା ନଡ଼ିଆଳି ଗାଁର ଧରଣୀଧର ସାହୁ(୬୫) ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋର ୫ଟାବେଳେ ଧରଣୀଧର ଘର ପଛ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଛି। ଏ ସଂପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର