ସାଇକଲ ପମ୍ପରେ ଅପରେସନ୍‌ ଘଟଣା:ମହିଳାଙ୍କୁ ୧୪ ଲକ୍ଷ ଦେବାକୁ ନିର୍ଦେଶ

ବଅଁରପାଳ: ସାଇକଲ ପମ୍ପ୍‌ରେ ଗର୍ଭବତୀଙ୍କ ଅସ୍ତ୍ରୋପଚାର। ୨୦୧୪ମସିହା ନଭେମ୍ବର ୨୮ତାରିଖରେ ଅନୁଗୁଳ ଜିଲ୍ଲା ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଥିବା ଏହି ଘଟଣା ‘ସମ୍ବାଦ’ରେ ପ୍ରଥମେ ଖବର ପ୍ରକାଶ ପାଇବା ପରେ ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଘଟଣାର ତିନି ବର୍ଷ ପରେ ସମ୍ପୃକ୍ତ ମହିଳାଙ୍କୁ ନ୍ୟାୟ ଦେବାକୁ ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମୋଟ୍‌ ୫୬ଜଣ ମହିଳାଙ୍କୁ ୧୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ କମିସନ ନିର୍ଦେଶ ଦେଇଛନ୍ତି। ଏ ପ୍ରକାର ନିର୍ଦେଶନାମାକୁ ବିଜେପି ସ୍ୱାଗତ କରିଛି। ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ବିଜେପି ନେତ୍ରୀ ସଂଘମିତ୍ରା ପ୍ରଧାନ, ପ୍ରତିମା ମିଶ୍ର, ରୋଜାଲିନ ଦାସ, ସାଗରିକା ବିଶୋଇ, ମୀନକେତନ ଅମାନ୍ତ, ପ୍ରକାଶ ସିଂ, ସରୋଜ ସାହୁ, ଜଗନ୍ନାଥ ଗଡ଼ନାୟକ, ଭୀମସେନ ଭୂତିଆ, ସଞ୍ଜୟ ନାୟକ, ରଞ୍ଜନ ବିଶୋଇ, ଲୁଲୁ ଦାସ ପ୍ରମୁଖ କମିସନଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର