ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘର ଘେରାଉ ଉଦ୍ୟମ:ବିଜେପି ନେତା ଗିରଫ

ଭୁବନ: ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଭୁବନ ପଞ୍ଚାୟତ ସମିତି ଅଧକ୍ଷ ଧର୍ମାନନ୍ଦ ବରାଳଙ୍କ ନାମ ଥିବା ଦର୍ଶାଇ ବିଜେପି କୃଷକ ମୋର୍ଚ୍ଚା ପ୍ରଭାରୀ ଦେବାଶିଷ ହୋତାଙ୍କ ନେତୃତ୍ବରେ ଆଜି ପୂର୍ବାହ୍‌ଣରେ କେତେକ ବିଜେପି କର୍ମୀ ଅଧ୍ୟକ୍ଷଙ୍କ ଯମୁନାକୋଟ ବାସଭବନ ଘେରାଉ କରିବାକୁ ଯାଉଥିଲେ। ପୁଲିସ ଯମୁନାକୋଟ ଛକରୁ ଶ୍ରୀ ହୋତାଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ପରେ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଛି। ଏ ସଂପର୍କରେ ପଞ୍ଚା‌ୟତ ସମିତି ଅଧ୍ୟକ୍ଷ ଶ୍ରୀ ବରାଳ ଜଣାଇଛନ୍ତି ଯମୁନାକୋଟ ମଣ୍ତିରେ ସେ ଧାନ ବିକ୍ରି କରିଥିବାରୁ କାଳିଆ ‌ ଯୋଜନା ହିତାଧିକାରୀ ଭାବେ ତାଙ୍କ ନାମ ତାଲିକାରେ ଥିଲା। ଏହା ଅବଗତ ହେବା ପରେ ତାଙ୍କ ନାମ ତାଲିକାରୁ ବାଦ୍‌ ଦେବା ପାଇଁ ଗତ ୯ ତାରିଖରେ ନିର୍ଧାରିତ ନାଲି ଫର୍ମ ପୂରଣ କରି ସେ ଯମୁନାକୋଟ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର