ପୁଲିସ କବ୍‌ଜାରେ ଫେରାର ନାବାଳକ

କାମାକ୍ଷାନଗର: କାମାକ୍ଷାନଗର ଥାନାରୁ ଖସିଯାଇଥିବା ନାବାଳକକୁ ପୁଲିସ ଧରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ, ଏକ ଚୋରି ଅଭିଯୋଗରେ ୧୬ ବର୍ଷ ବୟସ୍କ ଏହି ନାବାଳକକୁ ଗତ ୧୦ ତାରିଖ ସଂଧ୍ୟାରେ ପୁଲିସ ଧରି ଥାନାକୁ ଆଣିଥିଲା। ମହିଳା ଓ ଶିଶୁ ଅଭିଯୁକ୍ତଙ୍କ ପାଇଁ ଉଦ୍ଦିଷ୍ଟ କୋଠରିରେ ତାକୁ ରଖାଯାଇଥିଲା। ସେଦିନ ବିଳମ୍ବିତ ରାତିରେ ନାବାଳକ ଜଣକ କୋଠରି ସଂଲଗ୍ନ ପାଇଖାନା ଏକ୍‌ଜିଟ୍‌ ଫ୍ୟାନ୍‌ ଭାଙ୍ଗି ଫେରାର ହୋଇଯାଇଥିଲା। ଦୁଇଦିନ ହେଲା ପୁଲିସ ବିଭିନ୍ନ ସ୍ଥାନରେ ଖୋଜିଥିଲେ ବି ତା’ର ସଂଧାନ ପାଇନଥିଲା। ଭୁବନ ଥାନା ମହୁଲପାଳ ଗାଁ ପାଖରେ ଗତକାଲି ବିଳମ୍ବିତ ରାତିରେ ପୁଲିସ ତାକୁ ଧରିବାରେ ସକ୍ଷମ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ସଂପର୍କରେ ପୁଲିସ କିନ୍ତୁ ଆନୁଷ୍ଠାନିକ ଭାବେ ସୂଚନା ଦେଇନାହିଁ। ଅଭିଯୁକ୍ତ ନାବାଳକ ବିରୋଧରେ ୫ଟି ଚୋରି ମାମଲା ରହିଛି।

ସମ୍ବନ୍ଧିତ ଖବର