ଡାକ କର୍ମଚାରୀଙ୍କ ଧର୍ମଘଟ

ଭାପୁର: ଢେଙ୍କାନାଳ ଜିଲ୍ଲା ଭାପୁର ଅଂଚଳରେ ଉପଡାକ ସେବା କର୍ମଚାରୀଙ୍କ ଧର୍ମଘଟ ଫଳରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଶହଶହ ଚିଠି ପଡ଼ିରହିବା ସହ ଡାକ ସେବା ଠପ ହୋଇଯାଇଛି। ଚଳିତ ମାସ ୨୨ ତାରିଖରୁ ଧର୍ମଘଟରେ ୧୩ଟି ଶାଖା କାର୍ଯ୍ୟାଳୟର କର୍ମଚାରୀ ସାମିଲ ହୋଇଛନ୍ତି। ଜାତୀୟ ଡାକ କର୍ମଚାରୀ ମହାସଂଘ ଡାକରାରେ ଅଖିଳ ଭାରତ କର୍ମଚାରୀ ସଂଘ ଢେଙ୍କାନାଳ ମଣ୍ଡଳ ତରଫରୁ କର୍ମଚାରୀମାନେ ସପ୍ତମ ବେତନ କମିସନର ସମସ୍ତ ସକରାତ୍ମକ ସୁପାରିସଗୁଡିକ ତୁରନ୍ତ ଲାଗୁ କରିବା ଦାବିରେ ୧୩ଟି ଶାଖା ଡାକଘର ରହିଛି। ପ୍ରମୋଦ ସାହୁ, ଶ୍ରୀକାନ୍ତ ରଣା, ନିର୍ମଳ ନାୟକ, ଗଗନ ବିହାରୀ ପୁହାଣ, ରମେଶ ସାହୁ, ନର୍ମଦା ଜେନା ଆଦି ଡାକ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର