ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ

0

ଭାପୁର: ଢେଙ୍କାନାଳ ସଦର ରେଞ୍ଜ ଇଚ୍ଛାପୁର ଆମ୍ବତୋଟାରୁ ବନ ବିଭାଗ ଆଜି ଲକ୍ଷାଧିକ ଟଙ୍କାର ସାଇଜ୍‌ ଶାଳକାଠ ଜବତ କରିଛି। ବିଭାଗ ସୂତ୍ରରୁ ପ୍ରକାଶ, ବିଭିନ୍ନ ସ୍ଥାନକୁ ଚାଲାଣ ପାଇଁ ଏଠାରେ ଶାଳକାଠ ଚିରା ହେଉଥିଲା। ଅତର୍କିତ ଭାବେ ବନ ବିଭାଗ କର୍ମଚାରୀ ଚଢ଼ଉକରି କାଠ ଓ କରତ ପ୍ରଭୃତି ଜବତ କରିଛନ୍ତି। ଏହି କର୍ମଚାରୀଙ୍କୁ ଦେଖି କାଠ ବେପାରୀ ଫେରାର ହୋଇଯାଇଥିଲେ। ରେଞ୍ଜର ହିମାଂଶୁ ଶେଖର ପୃଷ୍ଟି, ବନପାଳ ପୂର୍ଣ୍ଣିମା ଭୋଇ, ମନୁଆର୍‌ ଖାନ୍‌, ସୁରେନ୍ଦ୍ର ନାଏକ ପ୍ରମୁଖ ଚଢ଼ଉ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.