ଭୁଜାଲି ଦେଖାଇ ଟଙ୍କା ଲୁଟ୍‌

ପାଇକସାହି: ଠାକୁରଗଡ଼ ଥାନା ବରହମ୍‌ ଗାଁ ଚାରିଛକରେ ଗତକାଲି ୩ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ଜଣେ ଫାଇନାନ୍‌ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ବଇଣ୍ଡା ‘ଭାରତ ଫାଇନାନ୍‌ସ ଲିିମିଟେଡ଼୍‍’ର ଫିଲ୍‌ଡ ଅଫିସର ରାକେଶ କୁମାର ସାହୁ(୨୧) ଗତକାଲି ପାଇକସାହି ଅଞ୍ଚଳ ଋଣ ଗ୍ରହୀତାଙ୍କଠାରୁ ଟଙ୍କା ଆଦାୟ କରି ନିଜ ମଟରସାଇକେଲ୍‌(ଓଡି୦୬ଡି-୩୫୨୭)ରେ ବଇଣ୍ଡା ଅଭିମୁଖେ ଫେରୁଥିଲେ। ଦିନ ୧ଟାବେଳେ ଏକ ନମ୍ବର ବିହୀନ ମଟରସାଇକେଲ୍‌ରେ ୩ ଜଣ ମୁଖାପିନ୍ଧା ଯୁବକ ବହରହମ୍‌ ଚାରିଛକରେ ପହଞ୍ଚି ତାଙ୍କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ରାକେଶଙ୍କୁ ମାଡ଼ମାରି, ଭୁଜାଲି ଦେଖାଇ ତାଙ୍କଠାରୁ ୬୨, ୭୮୫ ଟଙ୍କା ଛଡ଼ାଇ ଧରି ପଳାଇଥିଲେ। ପୂର୍ବରୁ ମଧ୍ୟ ରାକେଶ ଏ ଅଞ୍ଚଳରେ ଥରେ ଲୁଟ୍‌ର ଶିକାର ହୋଇଥିଲେ। ଏ ସଂପର୍କରେ ରାକେଶ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ କେସ୍‌ ନମ୍ବର ୯୯/୨୦୧୭, ଦଫା ୨୯୪, ୩୯୪ରେ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର