ଭେଣ୍ଟିଲେଟରରେ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ

କୋଲକାତା: ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କୁ ରବିବାର ଭେଣ୍ଟିଲେଟରରେ ରଖା ଯାଇଛି। କିଡନୀ ଜନିତ ସମସ୍ୟା ଯୋଗୁଁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲ ଅଣାଯାଇଥିଲା। ସୋମନାଥଙ୍କୁ ଅଗଷ୍ଟ ୧୦ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଆଜି ଅବସ୍ଥା ଅଧିକ ଜଟିଳ ହୋଇପଡ଼ିଥିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି।

୮୯ ବର୍ଷିଅ ସୋମନାଥଙ୍କୁ ଗତ ଜୁନରେ ମଧ୍ୟ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର ସର୍ଜରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସୋମନାଥଙ୍କୁ କେଉଁ ରୋଗ ହୋଇଛି, ତାହା ପରିବାର ପକ୍ଷରୁ କିଛି କହୁନାହାନ୍ତି। ସଂପର୍କୀୟଙ୍କ ଆପତ୍ତି ପରେ ହସ୍ପିଟାଲ କର୍ତ୍ତୃପକ୍ଷ ତରଫରୁ କୌଣସି ବୁଲେଟିନ ଜାରି କରାଯାଉ ନାହିଁ।

ମାକର୍ସବାଦି କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ବରିଷ୍ଠ ନେତା ସୋମନାଥ ଚାଟାର୍ଜୀ ୧୯ ଥର ଲୋକସଭା ସାଂସଦ ରହିଛନ୍ତି। ସେ କଂଗ୍ରେସ ନେତୃତ୍ୱରେ ୟୁପିଏ-୧ ସରକାରରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭାରେ ବାଚସ୍ପତି ଥିଲେ। ତାଙ୍କ ଦଳ ୟୁପିଏ-୧ରୁ ସମର୍ଥନ ଫେରାଇ ନେବା ପରେ ତାଙ୍କୁ ବାଚସ୍ପତି ପଦ ପରିତ୍ୟାଗ କରିବାକୁ କୁହାଯାଇଥିଲା କିନ୍ତୁ ସୋମନାଥ ସେମିତି କରି ନଥିଲେ। ଫଳରେ ତାଙ୍କୁ ଦଳରୁ ବାହାର ହେବାକୁ ପଡ଼ିଥିଲା। ସେ ପ୍ରକାଶ କରାତଙ୍କ ପ୍ରବଳ ବିରୋଧୀ ଅଟନ୍ତି।

ସମ୍ବନ୍ଧିତ ଖବର