ଇସ୍ତଫା ଦେଲେ ଟାଉନ୍ କଂଗ୍ରେସ ସଭାପତି

ଢେଙ୍କାନାଳ: ଢେଙ୍କାନାଳ ଟାଉନ୍ କଂଗ୍ରେସ ସଭାପତି ରଂଜନ କୁମାର ନାୟକ ଆଜି ଦଳର ସଦସ୍ୟ ଏବଂ ସଭାପତି ପଦବିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ୍ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ପୁରୁଣା କର୍ମୀ ଓ ନେତାମାନଙ୍କୁ ଅବହେଳା କରି ନୂଆ ଲୋକଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍ ଦେବାକୁ ବିରୋଧ କରି ଶ୍ରୀ ନାୟକ ଆଜି ଦଳର ସଦସ୍ୟତା ଏବଂ ଟାଉନ୍ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ଇସ୍ତଫାପତ୍ର ପଠାଇଛନ୍ତି। ଅପରାହ୍ଣରେ ସେ ବିଜେଡିର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ବିଜେଡିରେ ସାମିଲ୍ ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି

ସମ୍ବନ୍ଧିତ ଖବର