ଦୁଇ ଟ୍ରକ୍ ଧକ୍କା, ଚାଳକ ଗୁରୁତର

କିଶାରନଗର: କିଶୋରନଗର ଥାନା ୫୫ ନମ୍ବର ଜାତୀୟ ରାଜପଥର ବାମୁରଠାରେ ସକାଳ ୮ଟାରେ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣେ ଚାଳକ ଗୁରୁତର ଆହତ ହୋଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସକାଳ ୮ଟା ବେଳେ ବାମୁରଠାରେ ସମ୍ବଲପୁରରୁ ଅନୁଗୁଳ ଯାଉଥିବା ଜିନ୍ଦଲ ପାଇପ୍ ବୋଝେଇ ଟ୍ରକ୍ (ଓଡି-୦୫-ଜି ୪୬୫୭) ସହ ଅନୁଗୁଳରୁ ସମ୍ବଲପୁର ଯାଉଥିବା କୋଇଲା ବୋଝେଇ ଟ୍ରକ୍ (ଓଡି ୩୫ ସି ୨୧୮୪)ର ମୁହାଁମୁହିଁ ଧକ୍କା ‌ହୋଇଥିଲା। ଦୁର୍ଘଟଣାରେ ପାଇପ୍ ‌ବୋଝେଇ ଟ୍ରକ୍‌ର ଚାଳକ ଦେବଗଡ଼ ଜିଲ୍ଲା ଶରସାପଶି ଗାଁ’ର ମୋହନ ସ୍ବାଇଁ (୪୦) ଟ୍ରକ୍ ଭିତରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ବାମୁର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ମୋହନଙ୍କୁ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ରେଢାଖୋଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଉଭୟ ଟ୍ରକ୍‌କୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର