ମାମଲା ପ୍ରତ୍ୟାହାର ଦାବିରେ ଗ୍ରାମବାସୀଙ୍କ ଧାରଣା:ଜେଆଇଟିପିଏଲ୍‌କୁ ଜଳଯୋଗାଣ ବନ୍ଦ

କଣିହାଁ: କଣିହାଁ ବ୍ଲକ୍‌ ଗଦାଶିଳା ଗ୍ରାମକୁ ମାଗଣା ପାନୀୟ ଜଳ, ବିଦ୍ୟୁତ୍‌ ଯୋଗାଣ କରାଯିବା, ଗାଁ ରାସ୍ତା ନିର୍ମାଣ ସହ ଗ୍ରାମବାସୀଙ୍କ ବିରୋଧରେ ଜେଆଇଟିପିଏଲ୍‌ କର୍ତୃପକ୍ଷ ରୁଜୁ କରିଥିବା ମାମଲା ପ୍ରତ୍ୟାହାର କରାଯିବା ଦାବିରେ ଗ୍ରାମବାସୀ ଆଜି ସକାଳ ୭ଟାରୁ ଜେଆଇଟିପିଏଲ୍‌ ପମ୍ପ ହାଉସ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ଗଦାଶିଳା ଗ୍ରାମ ସଭାପତି ବୃନ୍ଦାବନ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଜେମାମଣି ନାଏକଙ୍କ ନେତୃତ୍ୱରେ ଗାଁର ଶତାଧିକ ବ୍ୟକ୍ତି ଧାରଣାରେ ବସିଛନ୍ତି। ଟିକିରା ନଦୀ କୂଳରେ ଥିବା ପମ୍ପ ହାଉସ୍‌ ଗ୍ରାମବାସୀ ବନ୍ଦ କରି ଦେଇଥିବାରୁ ଜେଆଇଟିପିଏଲ୍‌ ପ୍ଲାଣ୍ଟକୁ ଜଳ ଯୋଗାଣ ବନ୍ଦ ରହିଛି। ଏହାର ସମାଧାନ ପାଇଁ ଧାରଣାସ୍ଥଳରେ ସକାଳେ ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଏନ୍‌ଟିପିସ୍‌ ଥାନା ଅଧିକାରୀ ପିତାମ୍ବର ମଲ୍ଲିକ, କଣିହାଁ ଅତିରିକ୍ତ ତହସିଲଦାର ବି.ବି. ପ୍ରଧାନ ଓ ଜେଆଇଟିପିଏଲ୍‌ କର୍ତୃପକ୍ଷ ଆଲୋଚନା କରିଥିଲେ। କିନ୍ତୁ ସମାଧାନ ପନ୍ଥା ବାହାରି ପାରିନଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା ଧାରଣାରେ ଚାଲୁ ରହିଥିଲା।

ସମ୍ବନ୍ଧିତ ଖବର