ପୂର୍ବଶତ୍ରୁତାରୁ ଗଣ୍ତଗୋଳ ମାମଲା:୪ ଜଣଙ୍କୁ ୬ ମାସ ଜେଲ୍‌

ଢେଙ୍କାନାଳ: ଗଁଦିଆ ଥାନା ଯୋରନ୍ଦା ନୂଆସାହିରେ ୨୦୦୫ ମସିହାରେ ଘଟିଥିବା ଗଣ୍ଡଗୋଳ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସ୍ଥାନୀୟ ଏସ୍‌ଡିଜେଏମ୍‌ ଶ୍ରୀମତୀ ଶିବାନୀ ଏ ଘଟଣାରେ ସ˚ପୃକ୍ତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ କାରାଦଣ୍ତ ପ୍ରଦାନ କରିଛନ୍ତି।
ବିବରଣୀରୁ ପ୍ରକାଶ, ୨୦୦୫ ମାର୍ଚ୍ଚ ୨୬ ତାରିଖରେ ଯୋରନ୍ଦା ନୂଆସାହିର ଅଚ୍ୟୁତାନନ୍ଦ ବେହେରା, ଭାସ୍କର ବେହେରା, ବସନ୍ତ ବେହେରା, ପ୍ରମୋଦ ବେହେରା, ଦିଲୀପ ବେହେରା ପ୍ରମୁଖ ଗାଁ ମଣ୍ତପରେ ବସିଥିଲେ। ପୂର୍ବ ଶତ୍ରୁତାରୁ ସେହି ଗାଁର ପ୍ରତାପ ବେହେରା ଓରଫ ବାବୁ(୩୬) ପହଞ୍ଚି ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ଠେଲାପେଲା କରିଥିଲା। ଭାସ୍କରଙ୍କୁ ମାରିବାକୁ ଧମକ ଦେଇଥିଲା ା ସେଦିନ ସାଢ଼େ ୧୨ଟାବେଳେ ଭାସ୍କର ଗାଁ ଦାଣ୍ତରେ ଯାଉଥିବା ସମୟରେ ପ୍ରତାପ ଏକ ବାଡିରେ ତାଙ୍କୁ ମୁଣ୍ତକୁ ପିଟିଥି‌ଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରେ ଗାଁର ଶିଶିର ବେହେରା, ରତ୍ନାକର ବେହେରା, କାହ୍ନୁ ବେହେରା ମିଳିତ ଭାବେ ବସନ୍ତଙ୍କୁ ଗାଳିଗୁଲଜ କରିଥିଲେ। ଶିଶିର ଏକ ଅସ୍ତ୍ରରେ ବସନ୍ତଙ୍କ ବାମହାତକୁ ହାଣି ଦେଇଥିଲା। ଆହତ ଭାସ୍କରଙ୍କ ପତ୍ନୀ ତନୁଲତାଙ୍କୁ ମଧୢ ଅଭିଯୁକ୍ତମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ା ଗାଁର ଅଚ୍ୟୁତାନନ୍ଦ ବେହେରାଙ୍କ ଅଭିଯୋଗ କ୍ରମେ ଏ ସଂପର୍କରେ ଗଁଦିଆ ଥାନାରେ କେସ୍‌ ନମ୍ବର-୫୪/୨୦୦୫ ଦଫା ୩୨୩, ୫୦୬, ୩୪ ଆଇପିସିରେ ମାମଲା ରୁଜୁ ହୋଇଥିଲା। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏସ୍‌ଡିଜେମ୍‌ ଶ୍ରୀମତୀ ଶିବାନୀ ଏହି ମାମଲା (ଜିଆର୍‌ କେସ୍‌ ନମ୍ବର- ୨୭୭/୦୫)ର ବିଚାର କରି ଆଜି ଅଭିଯୁକ୍ତ ଶିଶିର ବେହେରା(ଟୁଟୁ),ରତ୍ନାକର ବେହେରା, ପ୍ରତାପ ବେହେରା(ବାବୁ) ଓ କାହ୍ନୁ ବେହେରାଙ୍କୁ ୬ ମାସ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି ା ସରକାରଙ୍କ ପକ୍ଷରୁ ଏପିପି ‌େରାଜାଲିନ୍‌ ରାଉତ ମାମଲା ପରିଚାଳନା କରିଥିଲେ ା

ସମ୍ବନ୍ଧିତ ଖବର