ବାଇକ୍ ଧକ୍କାରେ ମହିଳା ଶ୍ରମିକ ଗୁରୁତର

ପର୍ଜଙ୍ଗ,: ପର୍ଜଙ୍ଗ ଥାନା ଅଁଳାକଟା ଛକ ନିକଟରେ ଆଜି ସଂଧ୍ୟାରେ ଏକ ବାଇକ୍ ଧକ୍କା ଦେବାରୁ ୨ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ପୂର୍ତ ବିଭାଗ ରାସ୍ତାକାମରେ ନିୟୋଜିତ ମହିଳା ଶ୍ରମିଙ୍କ ମଧ୍ୟରୁ ଆମ୍ବପଳାସ ଗାଁର ୨ ଜଣ ଏକ ଟ୍ରକ୍‌ରେ ଘରକୁ ଫେରିବା ପାଇଁ ରାସ୍ତାରେ ଛିଡା ହୋଇଥିଲେ। ଚାନ୍ଦପୁର ଆଡ଼ୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କାଦେଇ ପଳାଇଥିଲା। ଫଳରେ ମହିଳା ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପର୍ଜଙ୍ଗ ଡାକ୍ତରଖାନାରେ ଭର୍ତି କରାଯାଇଛି। ସଂପୃକ୍ତ ଠିକାଦାର ତାଙ୍କ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର