ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କୁଟୁଗାଁ: ଦୁଷ୍କର୍ମ ଅଭିଯୋଗରେ ବାଲିପଶିି ଗ୍ରାମର ସହଦେବ ମହାନ୍ତ(୧୯)କୁ ଝୁମ୍ପୁରା ପୁଲିସ ଆଜି ଗିରଫ କରିଛି। ସୂଚନାଯୋଗ୍ୟ, ସେହି ଗ୍ରାମର ଜଣେ ନାବାଳିକାକୁ ଘରଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେ ଦୁଷ୍କର୍ମ କରିଥିଲା। ଏନେଇ ଗତ ୧୪ ତାରିଖରେ ଝୁମ୍ପୁରା ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଥାନାଧିକାରୀ ଅର୍ଚ୍ଚନା ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର