ଆମ୍ବତୋଟାକୁ ଶୌଚ ହେବାକୁ ଯାଇଥିବା ଦିବ୍ୟାଙ୍ଗ ଯୁବତୀ ଗଣଦୁଷ୍କର୍ମର ଶିକାର, ଦୁଇ ଦୁଷ୍କର୍ମକାରୀ ଗିରଫ

କନ୍ଧମାଳ: ଫାଶୀ ଦଣ୍ଡଭଳି କଠୋର ଆଇନ ସତ୍ତ୍ୱେ ଦୁଷ୍କର୍ମ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କନ୍ଧମାଳ ଜିଲ୍ଲାରେ ଜଣେ ଦିବ୍ୟାଙ୍ଗ ଯୁବତୀ ଶୌଚ ହେବାକୁ ଆମ୍ବତୋଟାକୁ ଯାଇଥିବା ସମୟରେ ସେଠାରୁ ତାକୁ ଗାଁର ଦୁଇଜଣ ଯୁବକ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଅନୁଯାୟୀ ଦୁଇ ଦୁଷ୍କର୍ମକାରୀଙ୍କୁ ପୁଲିସ ରବିବାର ଗିରଫ କରିଛି। ଜଣକ ନାମ ବସନ୍ତ ଦିଗଲ ଓ ଅନ୍ୟଜଣକ ନାମ ମକର ଜାନି ବୋଲି ଜଣାପଡ଼ଛି। ୨ ଦିନ ପର୍ଯ୍ୟନ୍ତ ଦୁଇଜଣ ଯୁବକ ଦିବ୍ୟାଙ୍ଗ ଯୁବତୀକୁ ଗଣଦୁଷ୍କର୍ମ କରିବା ପରେ ଏପ୍ରିଲ ୧୮ ସକାଳୁ ଛାଡି ଦେଇଥିଲେ।

ଘରକୁ ଆସିବା ପରେ ପୀଡିତା ଯୁବତୀ ଜଣକ ବିଗତ ୨ଦିନର ଘଟଣା ସମ୍ପର୍କରେ କାନ୍ଦିକାନ୍ଦି ଅଭିଭାବକଙ୍କୁ ଜଣାଇଥିଲା। ଏହା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତମାନେ ଯୁବତୀ ଓ ତାଙ୍କ ପରବାର ସଦସ୍ୟଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। ତେବେ ପୁଲିସ ଦୁଇ ଦୁଷ୍କର୍ମକାରୀଙ୍କୁ ଗିରଫ କରି ନେଇଛି।

ସମ୍ବନ୍ଧିତ ଖବର