ସୋନପୁରରେ ସଶସ୍ତ୍ର ଡକାୟତି, ୫ ଆହତ

ସୁବର୍ଣ୍ଣପୁର: ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ୭ରୁ ଊର୍ଧ୍ୱ ଡକାୟତ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବିଶିପଡ଼ା ଗ୍ରାମରେ ସଶସ୍ତ୍ର ଡକାୟତି କରିଛନ୍ତି। ଡକାୟତମାନେ ଗ୍ରାମର ଗୁଣସାଗର ନାୟକଙ୍କ ଘରର କବାଟ ଭାଙ୍ଗି ଭିତରେ ପଶିବା ସହିତ ଶ୍ରୀ ନାୟକଙ୍କ ସହିତ ତାଙ୍କ ସ୍ତ୍ରୀ, ପୁଅ, ବୋହୁ ଓ ନାତିଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ବହୁ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଛନ୍ତି। ଡକାୟତମାନେ ଡକାୟତି କରି ଚାଲିଗଲା ପରେ ପଡୋଶୀମାନେ ଶ୍ରୀ ନାୟକଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାରେ କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତି ସମୟର ସିସିଟଇଭି ପୁଟେଜ୍‌ ପୁଲିସ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର