ଚନ୍ଦ୍ରଭାଗା ଉପକୂଳ ଅଞ୍ଚଳରୁ ମୃତ ଡଲଫିନ୍‌ ଉଦ୍ଧାର

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା ଉପକୂଳ ଅଞ୍ଚଳରୁ ବୁଧବାର ଅପରାହ୍ନରେ ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ଆଜି ଅପରାହ୍ନ ୧ଟା ୪୦ରୁ ୪୫ ଭିତରେ ଚନ୍ଦ୍ରଭାଗା ବଜାରଠାରୁ ୨୦୦ରୁ ୩୦୦ମିଟର ଭିତରେ ଏକ ଡଲିଫିନ୍‌ ଭାସି ଆସି ସମୁଦ୍ର କୂଳରେ ଲାଗିଥିଲା। ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପର୍ଯ୍ୟଟକମାନେ ଏହି ଡଲଫିନ୍‌କୁ ଦେଖିବା ପାଇଁ କୂଳରେ ଭିଡ ଜମାଇଛନ୍ତି। ଦୂରରୁ ଭାସି ଅାସି କୂଳରେ ଲାଗିଥିବା ମୃତ ଡଲଫିନ୍‌ର ଓଜନ ପ୍ରାୟ ୩୦ କେଜି ହେବ ବୋଲି ଅନୁମାନ କରାଯାଇଛି। ମୃତ ଡଲଫିନ୍‌ର ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟ୍ରଲର୍ ମାଡରେ ଡଲଫିନଟି ଆଘାତ ପାଇ ମୃତ୍ୟୁମୁଖରେ ପଡ଼ିଥିବା ସଂଦେହ କରାଯାଉଛି।

ସମ୍ବନ୍ଧିତ ଖବର