ଚାନ୍ଦବାଲି ବିକାଶର ନଗ୍ନ ଚିତ୍ର : ଆମ୍ବୁଲାନ୍ସ ନଆସିବାରୁ ସଙ୍ଗିଭାରରେ ପ୍ରସୂତିଙ୍କୁ ଧାନ ବିଲ ହିଡ଼ ଉପରେ ବୋହି ୩କିମି ରାସ୍ତା ନିଆଗଲା
ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଏମିତି ଗାଁ ଅଛି ଯେଉଁ ଗାଁକୁ ଯିବାକୁ ହେଲେ ଲୋକେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ପ୍ରସୂତିମାନଙ୍କୁ ଧାନ ବିଲ ହିଡ଼ ଉପରେ ବୋହିବୋହି ନେବାକୁ ପଡ଼ୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳକୁ ଲାଗିଥିବା ତେନ୍ତୁଲିଡ଼ିହି ପଞ୍ଚାୟତ କୁହ୍ଲିବିନ୍ଧା ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କୁହ୍ଲିବିନ୍ଧା ଗାଁର ତ୍ରିଲୋଚନ ମହାନ୍ତିଙ୍କ ଝିଅ ବିଣା ପ୍ରଧାନ( ୩୫)ଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାକୁ ଜଣାଇଥିଲେ । ଏବଂ ମେଡ଼ିକାଲ ଯିବା ପାଇଁ ଆମ୍ବୁଲାନ୍ସକୁ ଡକାଇଥିଲେ। ମାତ୍ର ଆମ୍ବୁଲାନ୍ସ ସହିତ ଯୋଗାଯୋଗ ନହେବାରୁ ଚାନ୍ଦବାଲି ବଜାରରୁ ଏକ ଅଟୋ ମଗାଇ ଥିଲେ । ଗାଁକୁ ରାସ୍ତା ନଥିବାରୁ ଅଟୋଟି ଗାଁ ମୁଣ୍ଡ ରାସ୍ତା ଉପରେ ଛିଡ଼ା ହୋଇ ରହିଥିଲା । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ସାଙ୍ଗୀଭାରରେ ପ୍ରସୂତିଙ୍କୁ ବୋହି ବୋହି ୩କିମି ବିଲ ରାସ୍ତାରେ ଆଣିବା ପରେ ମୁଖ୍ୟରାସ୍ତାରେ ଅଟକିଥିବା ଅଟୋ ସାହାଯ୍ୟରେ ଚାନ୍ଦବାଲି ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ବିଣା ପ୍ରଧାନଙ୍କର ପ୍ରସବ କରା ଯାଇଥିଲା ।