ସୁନ୍ଦରଗଡ଼ରେ ମଦ୍ୟପ ଅଟୋ ଚାଳକଙ୍କୁ ୩୫ ହଜାର ୫ ଶହ ଟଙ୍କା ଫାଇନ୍‌, ନିୟମ ଉଲଂଘନ ଯୋଗୁଁ ଜେଲ ଗଲେ

ସୁନ୍ଦରଗଡ଼: ଜିଲ୍ଲା ପରିବହନ ବିଭାଗ ବୁଧବାର ଜଣେ ଅଟୋ ଚାଳକଙ୍କୁ ୩୫ ହଜାର ୫ ଶହ ଟଙ୍କା ଫାଇନ୍‌ ଦେବାକୁ କହିଛି। ସୂଚନା ଅନୁସାରେ ସୁନ୍ଦରଗଡ଼ର କଲେଜପଡ଼ା ନିବାସୀ ଅଟୋ ଚାଳକ ବିନୋଦ ପାତ୍ର ଆଜି ଅପରାହ୍‌ଣ ୪ଟାରେ ସ୍କୁଲ ପିଲାଙ୍କୁ ନେଇ ଆସୁଥିଲେ। ଯୋଗକୁ ସେ ପରିବହନ ବିଭାଗର କର୍ମଚାରୀଙ୍କ ହାବୁଡରେ ପଡ଼ି ଯାଇଥିଲେ।

ଯାଞ୍ଚ ବେଳେ ବିନୋଦ ମଦ ପିଇଥିବା ଜଣାପଡ଼ିଥିଲା। ବିନୋଦଙ୍କ ପାଖରେ ଅଟୋର ଫିଟନେସ ଓ ପରମିଟ ନଥିଲା। ସେହିଭଳି ବିନା ଗାଡ଼ି ଲାଇସେନ୍ସରେ ବିନୋଦ ଅଟୋ ଚଳାଉଥିଲେ। ଏଥି ସହିତ ଅଟୋରେ ଆବଶ୍ୟକତା ଠାରୁ ଅଧିକ ପିଲା ବସିଥିଲେ।

ଅତିରିକ୍ତ ପରିବହନ ଅଧିକାରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଆଜି ଗାଡ଼ି ଯାଞ୍ଚ ହେଉଥିଲା। ବିନୋଦଙ୍କୁ ମଦ ପିଇବା ଯୋଗୁଁ ୧ ୦ ହଜାର ଟଙ୍କା, ଗାଡ଼ିର ଫିଟନେସ ଓ ପରମିଟ ନ ଥିବା ପାଇଁ ୧୫ ହଜାର ୫୦୦ ଟଙ୍କା ଓ ଲାଇସେନ୍ସ ନ ଥିବା ପାଇଁ ୧୦ ହଜାର ଟଙ୍କା ଫାଇନ ହୋଇଛି।

ସମ୍ବନ୍ଧିତ ଖବର