ତାରାତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ

ଫୁଲବାଣୀ: ଆଜି ଭୋର ଭୋରୁ ଏକ ଅଜଣା ଗଡ଼ି ଧକାରେ ଜଣେ ବୋଲେରୋ ଚାଳକଙ୍କର ମୃତ୍ୟୁ ଘଟିଛି। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଅଞ୍ଚଳରୁ କେତେକ ଲୋକ ମା ତାରାତାରିଣୀ ଦର୍ଶନ ପାଇଁ ଦୁଇଟି ବୋଲେରୋ ଯୋଗେ ବ୍ରହ୍ମପୁର ଯାଉଥିଲେ। ସେମାନେ ବୌଦ୍ଧ- ଫୁଲବାଣି ଦେଇ ବ୍ରହ୍ମପୁର ଯାଉଥିବା ବେଳେ ଗୋଟିଏ ଗାଡ଼ି କୌଣସି କାରଣରୁ ପଛରେ ରହିଯାଇଥିଲା। ତେଣୁ ଆଗ ବୋଲେରୋର ଡ୍ରାଇଭର ଫୁଲବାଣୀ- ବ୍ରହ୍ମପୁର ରାସ୍ତାର କୋଚିଲାଗଡ଼ ଛକ ନିକଟରେ ଗାଡ଼ି ରଖି ଗାଡ଼ିରୁ ଓହ୍ଲାଇ ମୋବାଇଲ ଯୋଗେ ପଛରେ ରହିଯାଇଥିବା ଅନ୍ୟ ବୋଲେରୋର ଡ୍ରାଇଭରଙ୍କ ସହିତ କଥା ହେଉଥିବା ବେଳେ ଏକ ଅଜଣା ଗାଡ଼ି ଦୃତ ଗତିଅରେ ଆସି ତାଙ୍କୁ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ପୁଲବାଣୀ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର