ପୋଖରୀରେ ବୁଡି ଆଈ-ନାତୁଣୀ ମୃତ

ନବରଙ୍ଗପୁର: ନବରଙ୍ଗପୁର କୋଷାଗୁମୁଡା ବ୍ଲକ୍‌ର ନେଙ୍ଗାନାଳ ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ଆଈ ଚଞ୍ଚଳା ଭତରା(୫୦) ଓ ନାତୁଣୀ ଜଗେନ୍ଦ୍ରୀ ଭତରା(୭) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ଆଈ ଓ ନାତୁଣୀ ଦୁଇଜଣ ପୋଖରୀକୁ ଲୁଗା ସଫା କରିବା ପାଇଁ ଯାଇଥିଲେ। ନାତୁଣୀ ପୋଖରୀ ଭିତରକୁ ଗାଧୋଇବା ପାଇଁ ଯାଇ ବାହାରକୁ ଆସି ପାରିଲା ନାହିଁ। ଆଈ ନାତୁଣୀକୁ ଉଦ୍ଧାର କରିବା ପାଇଁ ଯାଇଥିବା ସମୟରେ ସେ ମଧ୍ୟ ପୋଖରୀରେ ବୁଡି ଯାଇଥିଲେ। ଆଈ ଓ ନାତୁଣୀ ବହୁ ବିଳମ୍ବ ସତ୍ତ୍ୱେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପୋଖରୀ ନିକଟରେ ପହଞ୍ଚିଥିଲେ। ପୋଖରୀରେ ଆଈ ଓ ନାତୁଣୀ ବୁଡି ଯାଇଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। କୋତିଗାଁ ପୁଲିସ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଆଈ ଓ ନାତୁଣୀଙ୍କୁ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି ପୁଲିସ।

ସମ୍ବନ୍ଧିତ ଖବର