ପୋଖରୀରେ ବୁଡି ୨ଭାଇ ମୃତ

ବ୍ୟାସନଗର(ଯାଜପୁର): ଯାଜପୁର ବ୍ୟାସନଗର ଠାରେ ବୁଧବାର ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଘରେ ଶ୍ରାଦ୍ଧ ଥିବାରୁ ଯାଜପୁରରୋଡ ଥାନା ବ୍ୟାସନଗର ପୌରାଞ୍ଚଳର ୧୪ନମ୍ବର ଓ୍ଵାର୍ଡରେ ରହୁଥିବା ଦିଲୀପ କୁମାର ସୁତାର ଓ ପ୍ରଦୀପ କୁମାର ସୁତାରଙ୍କ ପୁଅ ସ୍କୁଲରୁ ଆସି ଘରପାଖ ପନାସିଆ ପୋଖରୀକୁ ସାଇକେଲ ଧରି ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଉଥିବା ସମୟରେ ଜଣଙ୍କ ଗୋଡ ଖସି ଯାଇଥିଲା ଅନ୍ୟ ଭାଇ ତାକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଦୁହେଁ ପୋଖରୀରେ ବୁଡ଼ି ଯାଇଥିଲେ। ପହଁରା ଶିଖି ନଥିବାରୁ ଦୁଇଭାଇଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିଲା। ଘରକୁ ଫେରିବାରୁ ବିଳମ୍ବ ହେବାରୁ ଘରଲୋକ ଖୋଜାଖୋଜି କରି ପୋଖରୀ ପାଖରେ ସାଇକେଲ ଠାବ କରିଥିଲେ। ପରେ ପୋଖରୀରୁ ଦିଲୀପଙ୍କ ତୃତୀୟ ଶ୍ରେଣୀରେ ପଢ଼ୁଥିବା ୭ବର୍ଷର ପୁଅ ଟଇଁଆର ଶବକୁ ଉଦ୍ଧାର କରାଯାଇଥିଲା।

 

ଖୋଜାଖୋଜି କରି ପ୍ରଦୀପଙ୍କ ୫ମ ଶ୍ରେଣୀରେ ପଢ଼ୁଥିବା ୧୦ବର୍ଷର ପୁଅ ଟିକୁକୁ ପଙ୍କରୁ ମୃତ ଅବସ୍ଥାରେ ଉଦ୍ଧାର କରି ବ୍ୟାସନଗର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲେ। ଡାକ୍ତର ଉଭୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକକୁଳ ବାତାବରଣ ସୃଷ୍ଟି ହୋଇଯାଇଥିଲେ।

ସମ୍ବନ୍ଧିତ ଖବର