ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ପୁଲିସ ଦ୍ଵାରା ନିଶାଗ୍ରସ୍ତ ବସ ଡ୍ରାଇଭର ଗିରଫ ହେବା ଚର୍ଚ୍ଚାର ବିଷୟ ହୋଇଛି। କରଂଜିଆ-ବାରିପଦା ଯାଇଥିବା ଅମ୍ବିକା ନାମକ ବସ (ଓଡି ୧୧ଏ ୭୬୬୯)ର ଡ୍ରାଇଭର ଦ୍ଵାରଶୁଣୀ ଘାଟୀରେ ବେପରୁଆ ଗାଡି ଚାଳନା କରୁଥିବାର ଯାତ୍ରୀମାନେ ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣାସ୍ଥଳରୁ ମଦ୍ୟପ ଡ୍ରାଇଭରକୁ ଗିରଫ କରିଛି।
ଚାଳକ ଖଡିକାପଡା ଗୋହିରାସାହି ପାଟନା ଗ୍ରାମର ସନ୍ତୋଷ ମାହାନ୍ତ ବୋଲି ଜଣାପଡିଛି। ପୁଲିସ ଡ୍ରାଇଭରର ଡାକ୍ତରୀ ମାଇନା କରିବା ସହିତ ବସକୁ ଥାନାରେ ଅଟକ ରଖିଛି। ପୁଲିସ ଏମଭିଆଇ ଆକ୍ଟ ୯/୨୦୧୯ କେଶ ରୁଜୁ କରି ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ଡ୍ରାଇଭରକୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଚନ୍ଦନ କୁମାର ଘଡେଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/bangiriposhi2.jpg)