ଭଞ୍ଜନଗର: ବୋଲେରୋ ଧକ୍‌କାରେ ବୃଦ୍ଧ ମୃତ, ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ

ଭଞ୍ଜନଗର: ଆଜି ସକାଳେ ଭଞ୍ଜନଗର- କନ୍ଧମାଳ ରାସ୍ତାର ୫୯ ନମ୍ବର ଜାତୀୟ ରାଜପଥର ମୁଜାଗଡ଼ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଖବର ପଶି ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ଗ୍ରାମର କାଶିନାଥ ନାୟକ (୭୦ ବର୍ଷ) ଚାଲିି ଚାଲି ୫୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଦୃତଗତିରେ ଆସି ତାଙ୍କୁ ଏକ ବୋଲେରୋ ଗାଡ଼ି ଧକ୍କାଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାଶିନାଥଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଶହଶହ ସଂଖ୍ୟାରେ ଗ୍ରାମବାସୀ ମୁଜାଗଡ଼ ଛକରେ ପହଞ୍ଚିି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବରପାଇ ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରି ଜାତୀୟ ରାଜପଥ ଅବରୋଧ ହଟାଇବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର