ବାପାକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ପୁଅର ମୃତ୍ୟୁ

ଢ଼େଙ୍କାନାଳ: ଢ଼େଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଗାଁର ହରିଜନ ସାହିରେ ଘର ଛପର ବେଳେ ବିଦ୍ୟୁତ ଆଘାତରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ନାମ ଜିତେନ୍ଦ୍ର ନାଏକ ଓ ଗୁରୁତରଙ୍କ ନାମ ଯୋଗୀନାଥ ନାଏକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଯୋଗୀନାଥ ନାଏକଙ୍କ ଘର ଛପର କାମ ଚାଲିଥିଲା। ଘରୁ ନଡା ବାହାର କରୁଥିବା ସମୟରେ ଯୋଗୀନାଥ ନାଏକଙ୍କ ଦେହରେ ବିଦ୍ୟୁତ ଲାଗିଥିଲା। ବାପାକୁ ବଞ୍ଚାଇବାକୁ ଯାଇ ଜିତେନ୍ଦ୍ର ଏଲଟି ଲାଇନ୍‌ ତାରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ବାପା ଯୋଗୀନାଥଙ୍କୁୁ ଗୁୁରୁତର ଅବସ୍ଥାରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଭଳି ଏକ ଘଟଣା ଗ୍ରାମରେ ଶୋକର ବାତାବରଣ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର