ହାତୀ ଆକ୍ରମଣରେ ଜଣେ ମୃତ

ଖୋର୍ଦ୍ଧା: ସୋମବାର ସନ୍ଧ୍ୟାରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦଶରଥ ମାଝି ବୟସ ୫୦ ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବଡଖାଗରିଆ ପଞ୍ଚାୟତ ଅଧିନସ୍ଥ ବେଡଙ୍ଗରା ଗ୍ରାମରେ ଦଶରଥ ମାଝି ବସବାସ କରନ୍ତି। ଆଜି ସନ୍ଧ୍ୟାରେ ଦଶରଥ ମାଝି ରାମେଶ୍ୱର ଛକ ସନ୍ନିକଟ ଏକ କମ୍ପାନିକୁ ଡିଉଟି କରିବାକୁ ସାଇକେଲରେ ଯାଉଥିଲେ। ଏହି ସମୟରେ ବେହଙ୍ଗରା ଗ୍ରାମ ମୁଣ୍ଡଠାରେ ହଠାତ ଏକ ଜଙ୍ଗଲୀ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ଦଶରଥ ମାଝିଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

ସମ୍ବନ୍ଧିତ ଖବର