କଙ୍କଡ଼ାହାଡ଼: ଖଳିନାଳରେ ପଡ଼ି ହାତୀ ଛୁଆର ମୃତ୍ୟୁ

 

କଙ୍କଡ଼ାହାଡ଼( ଢେଙ୍କାନାଳ): ଆଜି ସକାଳୁ ସକାଳୁ  ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଦଶିପୁର ଗାଁ ନିକଟରେ  ଏକ ଖଳି ନାଳିରେ ପୋତି ହୋଇ ଏକ ହାତୀଛୁୁଆର ମୃତ୍ୟୁ ଘଟିଥବା ଦେଖିବାକୁ ମିଳିଛି। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚ ଶବ ଜବତ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  ଏକ ନାଳରୁ ଜଣେ ଚାଷୀ ତାଙ୍କ ଜମିକୁ ପାଣି ମଡ଼ାଇବା ପାଇଁ ଏକ ଦେଢ଼ଫୁଟ/ଦୁଇଫୁଟର ନାଳ କରିଛନ୍ତି। ଗତକାଲି ରାତିରେ ଏହି ବାଟରେ ଯାଉଥିବା ହାତୀପଲ ସହିତ ଥିବା ଏକ ୪/୫ ମାସର ହାତୀଛୁଆ ଏକ ଖଳିନାଳରେ ପଡ଼ିଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ ହାତୀ ପଲ ଲାଗିପଡ଼ିବା ସହିତ ସେଠାରେ ଥିବା ମାଟିକୁ ଗୋଡ଼ରେ ଆଡେଇଥିଲେ। ମାତ୍ର ହାତୀଛୁଆଟି ପଦବାକୁ ବାହାରିବା ବଦଳରେ ଏହି ମାଟିରେ ପୋତି ହୋଇ ମୃତ୍ୟୁ ବରଣ କରିଥିଲା। ବେକ ମୁଣ୍ଡର କିଛି ଅଂଶ ବାହାରୁ ଆଜି ସକାଳୁ ଦେଖା ଯାଉଥିଲା।ଏହି ଖବର ପାଇ ମହାବିରୋଡ ରେଞ୍ଜ ଅଧିକାରୀଙ୍କ ସହିତ ବନବିଭଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବ୍ୟବସ୍ଥା କରୁଛନ୍ତି।

ସମ୍ବନ୍ଧିତ ଖବର