କିଛିଦିନ ହେବ ତୁମୁଡିବନ୍ଧରେ ଗୁରୁତର ଥିବା ହାତୀର ମୃତ୍ୟୁ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବେଲଘର ରେଞ୍ଜର ସିକକି ଗ୍ରାମରେ କିଛିଦିନ ତଳେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇ ଥିବା ବେଳେ ବୁଧବାର ଆଉ ଏକ ହାତୀ ମୃତ୍ୟୁ ଖବର ମିଳିଛି।

ସୂଚନାଯୋଗ୍ୟ, ଆଜି ମୃତ୍ୟୁ ହୋଇଥିବା ହାତୀ ଲଙ୍କାଗଡ ଜଙ୍ଗଲର ବାରିଙ୍ଗିଲି ନିକଟ ଜଙ୍ଗଲରେ ଗୁରୁତର ଆବସ୍ଥାରେ ଛଟ ପଟ ହେଉଥିବା ସମୟରେ ଉଦ୍ଧାର ହୋଇଥିଲା। ଉଦ୍ଧାର ପରେ ହାତୀର ଚିକିତ୍ସା କରାଯାଇଥିଲେ ହେଁ ଆଜି ତା’ର ମୃତ୍ୟୁ ହୋଇଛି।

 

ସମ୍ବନ୍ଧିତ ଖବର