ଢେଙ୍କାନାଳ: ଜଙ୍ଗଲ ଭିତରେ ପରିତ୍ୟକ୍ତ କୁଅ ଭିତରେ ଗଳିପଡ଼ିଛି ଦନ୍ତା ହାତୀ

ଢେଙ୍କାନାଳ:  ଜଙ୍ଗଲ ଭିତରେ ଥିିବା ଏକ ପରିତ୍ୟକ୍ତ କୁଅ ଭିତରେ ଗଳି ପଡ଼ିଛି ଦନ୍ତାହାତୀ। ଦନ୍ତାହାତୀର ଗର୍ଜନ ( ପିଙ୍କାରା) ରେ ଖଣ୍ଡମଣ୍ଡଳ  କମ୍ପୁଛି। ଶହ ଶେହ ଲୋକେ ଜମାହୋଇଛନ୍ତି। ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ମାତ୍ର ହାତୀଟିକୁ କିପରି ସେହି ପରିତ୍ୟକ୍ତ କୁଅ ଭିତରୁ ବାହାର କରାଯିବ ଏ ପର୍ଯ୍ୟନ୍ତ କିଛି ବୁଦ୍ଧିବାଟ ଦିଶୁ ନାହିଁ। ତେବେ ସନ୍ଧ୍ୟା ପୂର୍ବରୁ ଜେମିତି ହେଲେ ହାତୀଟିକୁ  ପରିତ୍ୟକ୍ତ କୁଅ ଭିତରୁ ବାହାର କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ବନବିଭାଗ ଉଦ୍ୟମ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ  ଓଡ଼ାପଡ଼ା ବ୍ଲକ୍‌୍‌ ମହିଧରପୁର  ମୁଣ୍ଡାଖମଣ ଜଙ୍ଗଲର ଝରଣ ନିକଟରେ ଥିବା ଏକ  ପରିତ୍ୟକ୍ତ କୁଅ ଭିତରେ ଆଜି ସକାଳେ ଏକ ହାତୀ ପଡ଼ିଥିବା ଦେଖବାକୁ ମିଳିଥିଲା। ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯାଇଥିବା ଗ୍ରାମର ମହିଳା ମାନେ ଛାନିଆ ହୋଇ ଗାଁକୁ ଫେରିଯାଇ ଗ୍ରାମବାସୀଙ୍କ ଆଗରେ ଏହି କଥା କହିଥିଲେ। ଏ ସଂକ୍ରାନ୍ତରେ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ।

ସୂଚନାଯେଗ୍ୟ ଯେ ଗତକାଲି ରାତିରେ ୪୦ରୁ ୫୦ ଘର ହାତୀ  ଏହି ରାସ୍ତା ଦେଇ ଯାଉଥିବା ବେଳେ ଗୋଟିଏ ଦନ୍ତାହାତୀ ଏହି କୁଅ ଭିତରେ ଖସି ପଡ଼ିଥିବା ଗ୍ରାମବାସୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର