କେନ୍ଦୁଝର: ମାଈ ହାତୀର ମୃତଦେହ ଠାବ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ଡୁମୁରିଆ ଜଙ୍ଗଲରେ ଏକ ମାଈ ହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଏହି ହାତୀଟିର କିପରି ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦର ବ୍ୟବସ୍ଥା କରୁଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର