ଅନୁଗୁଳ: ମାଈ ହାତୀର ମୃତ ଦେହ ଠାବ

ଅନୁଗୁଳ: ଆଜି ସକାଳେ ଅନଗୁଳ ଜିଲ୍ଲା ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ କରତପଟା ବନାଞ୍ଚଳ ଅନ୍ତର୍ଗତ ହିଂସାଲୋଇ ଗାଁରେ ଏକ ବୟସ୍କା ମାଈ ହାତୀର ମୃତଦେହ ଠାବ କରାଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ଏହି ମାଈ ହାତୀଟିର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଖବର ପାଇ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପଞ୍ଚି ମୃତଦେହ ଜବତ କରିବା ସହିତ ଏହାର ବ୍ୟବଛେଦ ପାଇଁ ଉଦ୍ୟମ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ଗତ ୪/୫ ଦିନ ହେବ ଏହି ମାଈ ହାତୀଟି ଗାଁ ପାଖରେ ଦେଖିବାକୁ ମିଳିଥିଲା। ଅନ୍ୟ କୁଆଡେ ନ ଯାଇ ସେହି ଗୋଟିଏ ସ୍ଥାନରେ ହିଁ ଧୀରେ ଧୀରେ ହାତୀଟି ଚଲାବୁଲା କରୁଥିଲା। ତେବେ ଗତକାଲିି ଅପରାହ୍‌ଣରୁ ଆଉ ହାତୀଟି ଦେଖିବାକୁ ମିଳି ନ ଥଇିଲା। ବିଶେଷ କରି ହାତୀ ପଲ ଭୟରେ କେହି ନିକଟକୁ ଯିବାକୁ ସାହସ କରୁ ନ ଥିବାରୁ ହାତୀଟିର କଣ ହେଲା ଜଣାପଡ଼ି ନ ଥିଲା। ମାତ୍ର ଆଜି ସକାଳେ ଏହି ବୟସ୍କା ହାତୀଟିର ମୃତଦେହ ପଡ଼ିଥିବା ଦେଖି ସେଠାରେ ନିୟୋଜିତ ବନବିଭାଗର କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର