ବିନିକା: ବଙ୍କିଘିଡି ପଂଚାୟତ ସାରଙ୍ଗପାଲି ଗାଁର ସ୍କୁଲ ନିକଟକୁ ୨ଟି ବଣୁଆ ହାତୀ ଆସି ଆତଙ୍କ ସୃଷ୍ଟି କରିଛନ୍ତି। ହାତୀ ୨ଟି ବରଗଡ଼ ଜ଼ିଲ୍ଲା ଭେଡେନ ବ୍ଲକ ପପଙ୍ଗା ଜଙ୍ଗଲ ଦେଇ ଜିରାନଦୀ ପାରହୋଇ ଆସି ଥିବା ଜଣାପଡିଛି। ଏହି ଘଟଣା ସଂପର୍କରେ ଆଖପାଖ ଅଂଚଳର ଲୋକେ ଜାଣିବା ପରେ ସେମାନେ ଭୟଭୀତ ହୋଇଯାଇଥିଲେ। ଅନ୍ୟପକ୍ଷରେ ହାତୀକୁ ଦେଖିବା ପାଇଁ ବହୁ ଲୋକ ରୁଣ୍ଡ ହୋଇଥିଲେ।
ସୂଚନା ମିଳିବା ପରେ ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ଘଟଣା ସ୍ଥଳକୁ ପହଁଚି ଲୋକଙ୍କୁ ହାତୀ ପାଖକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି। ବନ ବିଭାଗ ମାଇକ ଯୋଗେ ଲୋକଙ୍କୁ ସତର୍କ ସୂଚନା ଦେଉଥିବା ବେଳେ ଆଜି ରାତିରେ ହାତୀକୁ ଏଠାରୁ ସ୍ଥାନାନ୍ତରଣ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Binka.jpg)