କଟକ: ଧରାପଡ଼ିଲା ଶିକାରୀ, ୪ଟି ହାତୀ ମାରି ଦାନ୍ତ ବିକିଥିବା କଥା ସ୍ୱୀକାର

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ାମ୍ବା ଥାନାର ଖଇରିପଙ୍ଗା ଗାଁରେ ଚଢ଼ାଉ କରି ବନବିଭଗ ଅଧିକାରୀମାନେ ଗତକାଲି ବିଳମ୍ବିତ ରାତିରେ ଜଣେ ହାତୀ ଶିକାରୀଙ୍କୁ ଗିରଫ କରିଛନ୍ତି। ଦାନ୍ତ ପାଇଁ ହାତୀ ଶିକାର କରୁଥିବା ଗ୍ୟାଙ୍ଗର ଏହି ପ୍ରମୁଖ ସଦସ୍ୟଙ୍କୁ ଗିରଫ କରିବା ପରେ ର‍୍ୟାକେଟର ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ବନବିଭାଗ।
ମିଳିଥିବା ସୂଚନାରୁ ପ୍ରକାଶ ଯେ,ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ାମ୍ବା ଥାନାର ଖଇରିପଙ୍ଗା ଗାଁର ମାଟିଆ ସ୍ୱାଇଁ ନାମକ ଜଣେ ଯୁବକ ଏକ ହରିଣ ଶିଙ୍ଗ ସହିତ ଦେଶୀ ବନ୍ଧୁକ ନେଇ ଯାଉଥିିବା ବେଳେ ବନବିଭାଗର ଅଧିକାରୀମାନେ ସୂଚନା ପାଇ ତାକୁ ଗିରଫ କରିଥିଲେ। ଗିରଫ ପରେ ପଚରାଉଚରା କରିବାରୁ ମାଟିଆ ସ୍ୱାଇଁ ଓ ତାର ଗ୍ୟାଙ୍ଗ ପ୍ରାୟ ୪ଟି ହାତୀ ମାରି ତାର ଦାନ୍ତ ବିକ୍ରି କରିଥିବା ଅଭିଯୁକ୍ତ ମାଟିଆ ସ୍ୱାଇଁ ସ୍ୱୀକାର କରିଛି। ମାଟିଆର କହିବା ଅନୁଯାୟୀ, ଗତ ଫେବ୍ରୁଆରି ମାସରେ ଆଠଗଡ଼ ବନାଞ୍ଚ ଓ ନରସିଂହପୁର ବାନାଞ୍ଚଳରେ ମୋଟ ୪ଟି ହାତୀକୁ ସେମାନେ ଶିକାର କରିଛନ୍ତି। ଏହି ହାତୀମାନଙ୍କ ଦାନ୍ତ କାଟିନେଇ ସେମାନେ ନୟାଗଡ଼ରେ ୫୦ ହଜାରରୁ ୧ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରିଛନ୍ତି। ଏହି ସୂଚନା ଆଧାରରେ ଏବେ ବନବିଭାଗ ଅନ୍ୟ ହାତୀ ଶିକାରୀମାନଙ୍କୁ ଧରିବା ପାଇଁ ଛଦ୍ୟମ ଚଳାଇଛନ୍ତି ବୋଲି ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି।

ସମ୍ବନ୍ଧିତ ଖବର