ଘାରିଛି ହାତୀ ଆତଙ୍କ, ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଛେଳିଗୁଡ଼ିକୁ ମାରି ଦେଉଛି ଜଙ୍ଗଲୀ ହାତୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିଡି ବ୍ଲକ୍‌ରେ ନୁଆରଗୁଧି ଗାଁରରେ ଗ୍ରାମବାସୀଙ୍କୁ ଏବେ ହାତୀ ଆତଙ୍କ ଭୟବୀତ କରିଛି । ରାତି ରାତି ଉଜାଗର ରହି ସେମାନେ ହାତୀକୁ ଜଗି ରହୁଛନ୍ତି। ଜଙ୍ଗଲୀ ହାତୀ ଘର ଭାଙ୍ଗିବା ସହ ଧାନ ଚାଉଳ ଯାହା ଅଛି ଖାଇ ଉତ୍ପାତ କରୁଛି । ହାତୀକୁ ଘଉଡାଇବା ପାଇଁ ପାଖରେ ନାହିଁ ବାଣ କି ଲାଇଟ । ଗ୍ରାମବାସୀ ବନ ବିଭାଗକୁ ଏନେଇ ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ସୁଚନା ମୁତାବକ, ହାଟଡିହି ବ୍ଲକର ଆଦିବାସୀ ବହୁଳ ଗହଳଡାହିି ସାହିରେ ଏବେ ହାତୀ ଆଙ୍କରେ ଭୟବୀତ ହୋଇପଡ଼ିଛନ୍ତି ଗ୍ରାମବାସୀ । ଏହି ଗ୍ରାମର ୯୦ ଭାଗ ଲୋକ ଆଦିବାସୀ ଓ ଗରିବ ଶ୍ରେଣୀର ଲୋକ ଜଙ୍ଗଲ ନିକଟରେ ରହୁଥିବାରୁ ସବୁ ବେଳେ ହାତୀ ଭୟ ସାଙ୍ଗକୁ ଭାଲୁ ଭୟରେ ରହୁଛି। ଅଧିକାଂଶ ସମୟରେ ୨ଟି ହାତୀ ଆସି ଲୋକମାନଙ୍କର ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୋଟେ ଦନ୍ତା ହାତୀ ଆସି ଗ୍ରାମର ପାର୍ବତୀ ମହାନ୍ତଙ୍କ ଘର ଭାଙ୍ଗିବା ସହ ତାଙ୍କର ୩ଟି ଛେଳି ମାରିଦେଇଥିବା ଅଭିଯୋଗ ହୋଇଛି ।

ସେହିଭଳି ହାତୀ ଆତଙ୍କ ଗ୍ରାମବାସୀମାନଙ୍କର ନିତିଦିନିଆ ହୋଇଥିବା ବେଳେ ବନ ବିଭାଗକୁ ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ହାତୀ ଅଭୟାରଣ୍ୟ ହଦଗଡ ନିକଟରେ ଗ୍ରାମବାସୀମାନେ ରହୁଥିବାରୁ ହାତୀ ତାର ଚଲାବୁଲା କରୁଥିବା ବେଳେ ଗ୍ରାମ ମୁହାଁ ହୋଇଯାଉଛି ବୋଲି ସଫେଇ ଦେଇଛନ୍ତି ଆନନ୍ଦପୁର ଡିଏଫଓ । ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ କ୍ଷତିପୂରଣ ଦେବା ସହ ହାତୀ ଲାଇଟ ଓ ହାତୀମାନଙ୍କୁ ଘଉଡାଇବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର