ରେଢ଼ାଖୋଲ : ଖାଦ୍ୟ ସନ୍ଧାନରେ ଆସି ଖାଲରେ ପଡ଼ିଯାଇଥିବା ହାତୀ ଉଦ୍ଧାର

ସମ୍ବଲପୁର: ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରୁ ଖାଲରେ ପଡ଼ି ଯାଇଥିବା ଏକ ହାତୀକୁ ବନ ବିଭାଗ ଟିମ ମଙ୍ଗଳବାର ଅପରାହ୍ନରେ ଉଦ୍ଧାର କରିଛି। ହାତୀ ଛୁଆଟି ସାହେବି ରେଞ୍ଜର ଭଙ୍ଗମୁଣ୍ଡା ଜଙ୍ଗଲକୁ ଖାଦ୍ୟ ସନ୍ଧାନ ପାଇଁ ଆସିଥିବା ବେଳେ ଖାଲ ଭିତରେ ପଡିଯାଇଥିଲା । ରେଢାଖୋଲ ଡିଏଫଓ ଖାଲରେ ହାତୀ ପଡ଼ିଯାଇ ଥିବା ଖବର ପାଇଥିଲେ। ଏହାପରେ ହାତୀକୁ ଖାଲ ଭିତରୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଟିମଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାତୀକୁ ଉଦ୍ଧାର ପରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା କୁହାଯାଇଛି।

ସୂଚନା ଅନୁଯାୟୀ, ଗତ ସୋମବାର ବିଳମ୍ବିତ ରାତ୍ରିରେ ଖାଦ୍ୟ ସନ୍ଧାନ ପାଇଁ ଧଣ୍ଡମୁଣ୍ଡା ଜଙ୍ଗଲକୁ ହାତୀ ପଲ ଆସିଥିଲେ। ଏହି ହାତୀ ପଲଙ୍କ ମଧ୍ୟରେ ଗୋଟିଏ ହାତୀ ସେଠାରେ ଖାଲ ଥିବା ଜାଣି ନପାରି ସେଥିରେ ପଡିଯାଇଥିଲା। ହାତୀ ଖାଲରେ ପଡି ଯାଇଥିବା ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର