ଓଡ଼ାପଡ଼ା: ଚାଷୀଙ୍କୁ ହାତୀ କଚାଡ଼ି ମାରିଦେଲା

ଓଡ଼ାପଡ଼ା/ ଢେଙ୍କାନାଳ: ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରସିଂହ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ହାତୀ କଚାଡ଼ି ମାରି ଦେଇଛି। ଗ୍ରାମର ବ୍ରଜବନ୍ଧୁ ସାହୁ(୫୮ ବର୍ଷ) ବାଇଗଣ ତୋଳିବା ପାଇଁ ସକାଳ ୫ଟା ବେଳେ ବିଲକୁ ଯାଇଥିବାବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଦନ୍ତାଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରି ଦେବା ପରେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିିଲା। ଖବରାପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।

ସମ୍ବନ୍ଧିତ ଖବର