ବେତନଟୀ: ଚାରକୋଳି ତୋଳିବାକୁ ଯାଇଥିବା ଯୁବକଙ୍କୁ ଦଳି ଦେଲା ହାତୀ

ବେତନଟୀ: ମୟୂରଭଞ୍ଜ ଜିିଲ୍ଲା ବେତନଟୀ ବ୍ଲକ୍‌ ଅନ୍ତର୍ଗତ ବୁଢ଼ିଖମାରୀ ପଞ୍ଚାୟତର ନୟାପୁରୁଷୋତ୍ତମପୁର ଗାଁରେ ଜଣେ ଯୁବକଙ୍କୁ ହାତୀ ପାଦରେ ହଳି ହତ୍ୟା କରିଛି। ଖବର ପାଇ ପୁଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,ବୁଢ଼ିଖମାରୀ ପଞ୍ଚାୟତର ନୟାପୁରୁଷୋତ୍ତମପୁର ଗାଁର ବିଶୁ ଦେହୁରୀ ନାମକ ଜଣେ ଯୁବକ ଚାରକୋଳି ତୋଳିବା ପାଇଁ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳକୁ ଯାଇଥିବା ବେଳେ ସେଠାରେ ଥିବା ଏକ ହାତୀ ପଲ୍ଳ ହାବୁଡ଼ରେ ପଡ଼ିଥିଲେ। ନିକଟସ୍ଥ ଅଭୟାରଣ୍ୟରୁ ବାହାରି ଆସି ୮ ଘର ହାତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି। ପ୍ରତିଦିନ ୪/୫ ଜଣ ଲୋକ ହାତୀ ହାବୁଡ଼ରେ ପଡ଼ି ଆହତ ହେଉଛନ୍ତି। ମାତ୍ର ଆଜି ହାତୀ ବିଶୁ ଦେହୁରୀଙ୍କୁ ପାଦରେ ଦଳି ମାରି ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବନ ବିଭାଗ ଏହି ହାତୀ ପଲଙ୍କୁ ଘଉଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଉ ନାର୍ହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ମୃତ ବିଶୁ ଦେହୁରୀଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର