ରାଉରକେଲା: ବୃଦ୍ଧଙ୍କୁ ଦଳି ଦେଲା ହାତୀ

ରାଉରକେଲୀ: ସୁନ୍ଦରଗଡ଼ ଜିିଲ୍ଲା ରାଜଗାଙ୍ଗପୁର ବ୍ଲକ୍‌ ଅନ୍ତର୍ଗତ ଲୋଧାବସା ଗାଁର ଜଣେବୟସ୍କ ବ୍ୟକ୍ତିଙ୍କୁ ହାତୀ ପାଦରେ ହଳି ହତ୍ୟା କରିଛି। ଲୋଧାବସା ଗାଁର ଡଙ୍କ କେରକେଟା (୬୦ ବର୍ଷ) ଗତକାଲି ରାତିରେ ଶୋଚ ହେବା ପାଇର୍ ବାହାରକୁ ଯାଇଥିବା ବେଳେ ଗୋଟିଏ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଖବର ପାଇ ପୁଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ କାଲି ସେହି ହାତୀଟି ଭାଲୁଡୁମା ପଞ୍ଚାୟତର ଖୋକରପଡ଼ା ଗାଁର ଦମ୍ପତିଙ୍କୁ ଏହି ହାତୀ ଆକ୍ରମଣ କରିଥିବା ବେଳେ ସେହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିଲା।

ସମ୍ବନ୍ଧିତ ଖବର