ସମ୍ବଲପୁର: ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ସମ୍ବଲପୁର: ଗତକାଲି ରାତିରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଚାରମାଲ ଥାନା ଅନ୍ତର୍ଗତ ଚାରମାଲ ଗ୍ରାମର ତ୍ରିଲୋଚନ ଘିବିଲା(୫୦ ବର୍ଷ) ନାମକ ଜଣେ ଚାଷୀଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଶ୍ରୀ ଘିବିଲା ନିଜ ଧାନ ବିଲରେ ପାଚିଲା ଧାନ କ୍ଷେତ ଜଗିଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଅଣାଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର