ବୌଦ୍ଧ: ହାତୀ ଆକ୍ରମଣରେ ଜଣେ ମୃତ

ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ପଲସାପଦର ଗାଁରେ ଆଜି ସକାଳୁ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମତ୍ୟୁ ଘଟିଛି। ଗ୍ରାମର ଭରତ ବଗର୍ତ୍ତୀ(୫୧ ବର୍ଷ) ଶୌଚ ହେବା ପାଇଁ ନିକଟସ୍ଥ ନାଳ ପାଖକୁ ଯାଇଥିିବା ବେଳେ ସେଠେରେ ପୂର୍ବରୁ ଥିବା ଏକ ହାତୀ ପଲ ହାବୁଡ଼ରେ ପଡ଼ିଥିଲେ । ହାତୀପଲ ଶ୍ରୀ ବଗର୍ତ୍ତୀଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବା ସହିତ ପାଦରେ ଦଳି ହତ୍ୟା କରିଥିଳେ। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି। ଖବରପାଇ କଣ୍ଟାମାଳ ବନାଞ୍ଚଳର ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର